ଦେଶରେ ଚିହ୍ନଟ ହେଲେ ୧୩,୪୫୧ ନୂଆ କରୋନା ଆକ୍ରାନ୍ତ, ୫୮୫ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୫୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୫୮୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୫,୬୫୩କୁ ବୃଦ୍ଧିପାଇଛି । ଦିନକ ମଧ୍ୟରେ ୧୪,୦୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧.୦୩% ଏବଂ ସାପ୍ତାହିକ ହାର ୧.୨୨% ରହିଛି । ଏଥିସହିତ କରୋନାରୁ ଆରୋଗ୍ୟ ହାର ୯୮.୧୯% ରହିଥିବା ଜଣାଯାଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୩୫,୯୭,୩୩୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୧,୬୨,୬୬୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ମଙ୍ଗଳବାର ସଂଧ୍ୟା ସୁଦ୍ଧା ୬୦.୩୨ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ୧୦୩.୫୩ କୋଟି ପାନ ଟିକା ଦିଆଯାଇସାରିଛି ।

Comments are closed.