ରାଉରକେଲା ଇସ୍ପାତ କାରଖାନା ଆଧୁନିକୀକରଣ ଲାଗି ଫେବୃଆରୀ ସୁଦ୍ଧା ୧୩,୩୮୧ କୋଟି ହୋଇଛି ଖର୍ଚ୍ଚ

ନୂଆଦିଲ୍ଲୀ: ରାଉରକେଲା ଇସ୍ପାତ କାରଖାନାର ଆଧୁନିକୀକରଣ ଓ ସମ୍ପ୍ରସାରଣ ବାବଦରେ ୨୦୨୧ ଫେବୃଆରୀ ସୁଦ୍ଧା ୧୩,୩୮୧ କୋଟି ଖର୍ଚ୍ଚ ସରିଲାଣି ବୋଲି କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ଜଣାଇଛନ୍ତି। ରାଉରକେଲା ଇସ୍ପାତ କାରଖାନାର ବାର୍ଷିକ କ୍ଷମତା ୪.୨ ମିଲିଅନ ଟନକୁ ବୃଦ୍ଧି ଲାଗି ୧୪,୨୪୦ କୋଟି ବ୍ୟୟ ଅଟକଳ ରହିଛି। ୨୦୨୦-୨୧ ବର୍ଷ ଡିସେମ୍ବର ସୁଦ୍ଧା ରାଉରକେଲା ଇସ୍ପାତ କାରଖାନା ୬୦୨ କୋଟି ଟଙ୍କା ଲାଭ କରିଛି ବୋଲି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.