ଖଣ୍ଡା ଦେଖାଇ ୧୩ ବର୍ଷୀଆ ନାବାଳିକା ସହ ଗଣବଳାତ୍କାର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଶାହାଜାହାନପୁର ଖୁଟାର ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ୧୩ ବର୍ଷୀଆ ନାବାଳିକାକୁ ଖଣ୍ଡା ଦେଖାଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।
ଖୁଟାର ଥାନା ଅଧିକାରୀ ସଂଜୟ କୁମାର ସିଂହ ଗୁରୁବାର ଘଯଣାର ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ ବାପା, ମା’ ଘରେ ନଥିବାର ସୁଯୋଗ ନେଇ ସେହି ଗ୍ରାମର ଦୁଇ ଜଣ ଯୁବକ ବଳପୂର୍ବକ ନାବାଳିକାର ଘରେ ପଶି ତାକୁ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ। ପରେ ତାକୁ ଜଣେ ପରେ ଜଣେ ବଳାତ୍କାର କରିଥିଲେ। ସେହି ସମୟ ମଧ୍ୟରେ ନାବାଳିକାର ବାପା, ମା’ ଘରେ ପହଞ୍ଚିଯିବାରୁ ଯୁବକ ଦ୍ୱୟ ଖଣ୍ଡା ଦେଖାଇ ସେଠାରୁ ଖସି ପଳାଇଥିଲେ। ପୁଲିସ୍‍ ଅଭିଯୁକ୍ତ ବିକ୍ରମ ଏବଂ ନିକୁ ବିରୋଧରେ ମାମଲା ରୁଜୁ କରିଛି। ନାବାଳିକାର ଡାକ୍ତରୀମାଇନା କରାଯାଇଛି। ଘଟଣାପରଠାରୁ ଅଭିଯୁକ୍ତ ଦ୍ୱୟ ଫେରାର ଅଛନ୍ତି।

Comments are closed.