କେନ୍ଦ୍ରାପଡ଼ାରେ ୧୩ କରୋନା ସଂକ୍ରମିତ ଚିହ୍ନଟ, ସମସ୍ତେ ସୁରତ​‌ ଫେରନ୍ତା

ମୋଟ ଆକ୍ରାନ୍ତ ସଂଖ୍ୟା ୬୨୪କୁ ବୃଦ୍ଧି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫଳରେ କେନ୍ଦ୍ରାପଡ଼ା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବାବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୨୪ରେ ପହଞ୍ଚିଛି।


ଏହି ନୂଆ ୧୩ କରୋନା ରୋଗୀ ସୁରତ ଫେରନ୍ତା। ସୁରତରୁ ଆସିବା ପରେ ସେମାନେ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ଆକ୍ରାନ୍ତମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା ଏବଂ ରାଜକନିକା ବ୍ଲକର ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାଜ୍ୟରେ ୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୪୨, ଯାଜପୁରର ୧୭, ଭଦ୍ରକର ୯, ଖୋର୍ଦ୍ଧାର ୩ ଏବଂ ସୁନ୍ଦରଗଡ଼ର ୨ ଆକ୍ରାନ୍ତ ରହିଥିଲେ। ଏମାନଙ୍କ ମଧ୍ୟରୁ ୫୦ ଜଣ ହେଉଛନ୍ତି ସୁରତ ଫେରନ୍ତା।

Comments are closed.