ରାଜ୍ୟରୁ ଆଜି ସର୍ବାଧିକ ୧୩ ଜଣଙ୍କ ଜୀବନ ନେଲା କରୋନା, ୨୭୨ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରୁ ଆଜି ସର୍ବାଧିକ ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରବିବାର ମୃତ୍ୟୁ ବରଣ କରିଥିବା ୧୩ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଆଜି ମୃତ୍ୟୁ ବରଣ କରିଥିବା ୧୩ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୬ ଜଣ ରହିଥିବା ବେଳେ କେରାପୁଟରୁ ଦୁଇ ଜଣ, ବାଲେଶ୍ୱର,ବରଗଡ, ନୟାଗଡ, ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି। ଗଞ୍ଜାମରୁ ଆଜି ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ସହ ଜିଲାର ମୋଟ୍ ମୃତ୍ୟୁ ସଂଖ୍ୟା ୧୩୧ରେ ପହଞ୍ଚିଛି ।

Comments are closed.