ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ, ପୁଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସୋମବାର ରାତିରେ ଏହି ନାବାଳିକାମାନେ ଲୁଚିଛପି ଆଶ୍ରମ ଛାଡିଥିବା କୁହାଯାଉଛି। ମଙ୍ଗଳବାର ସକାଳୁ ଉକ୍ତ ଘଟଣା ଜଣାପଡ଼ିଥିଲେ ମଧ୍ୟ ବାଳାଶ୍ରମ କର୍ତ୍ତୃପକ୍ଷ ପୁଲିସକୁ ଜଣାଇ ନ ଥିଲେ କି ଥାନାରେ ଅଭିଯୋଗ କରି ନ ଥିଲେ। କୌଣସି ସୂତ୍ରରୁ ଏ ନେଇ ପୁଲିସ ଖବର ପାଇବା ପରେ ନିଜ ଆଡୁ ତଦନ୍ତ ଆରମ୍ଭ କରିଥିଲା। ଏହି ସରକାରୀ ଗୃହରେ ରହିଥିବା ଅସହାୟ ନାବାଳିକମାନେ କେଉଁଆଡେ ଗଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏହା ଘଟିଥିବା ଅଭିଯୋଗ ହେଉଛି । ନିଖୋଜ ନାବାଳିକାମାନେ ଭୁବନେଶ୍ଵର ଚାଲିଯାଇଥିବା ସନ୍ଦେହ କରାଯାଉଛି। ଏହା ପରେ ସେମାନଙ୍କୁ ଖୋଜିବାକୁ ଏକ ପୁଲିସ ଟିମ୍‌ ଭୁବନେଶ୍ୱର ଯାଇଛି ବୋଲି ଗୋଶାଣିନୁଆଗାଁ ଥାନା ଅଧିକାରୀ ସୁମିତ ସୋରେନ କହିଛନ୍ତି ।

Comments are closed.