ମାଲକାନଗିରିକୁ ୧୩ ଜିଲାବାସୀଙ୍କୁ ପ୍ରବେଶ ମନା

ଜରୁରୀ କାମରେ ଗଲେ ୧୪ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ମାଲକାନଗିରି : ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ସମସ୍ତ ଜିଲା କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ମାଲକାନଗିରି ଜିଲା ପ୍ରଶାସନ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା ସୂଚନା ମିଳିଛି।


ଏଣିକି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ୧୩ ଜିଲାବାସୀଙ୍କୁ ମାଲକାନଗିରି  ପ୍ରବେଶ ମନା କରାଯାଇଛି। ଏହି ୧୩ ଜିଲା ମଧ୍ୟରେ ଖୋର୍ଦ୍ଧା, ଯାଜପୁର, କଟକ, ଗଞ୍ଜାମ, ଭଦ୍ରକ, ପୁରୀ, ଢେଙ୍କାନାଳ,ବାଲେଶ୍ବର, ନୟାଗଡ଼, କେନ୍ଦ୍ରାପଡ଼ା, ଗଜପତି, ଜଗତସିଂହପୁର, ସୁନ୍ଦରଗଡ଼ ରହିଛି। ଯଦି ୧୩ ଜିଲାରୁ କେହି ଜରୁରୀ କାମରେ ମାଲକାନଗିରି ଆସନ୍ତି ତେବେ ୧୪ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ଏନେଇ ଜିଲାପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। 

 

Comments are closed.