ଶୁକ୍ରବାର ରାଶିଫଳ ( ୧୨। ୬। ୨୦୨୦ )

ମେଷ: ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ। ବାଣିଜ୍ୟ କାରବାର ତ୍ବରାନ୍ବିତ ହେବ। ବନ୍ଧୁ ଦର୍ଶନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଜ୍ଞାନ ଗରିମାଯୁକ୍ତ ହେବେ। ବାକ୍‌ପଟୁ ହୋଇପାରନ୍ତି।

ବୃଷ: ପରୋପକାରୀ ହେବେ। ବନ୍ଧୁ ସହଯୋଗ ପାଇବେ। ସମ୍ମାନିତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଅନୁଭବ କରିବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ଶତ୍ରୁ ବିଜୟୀ ହେବେ। କାର୍ଯ୍ୟରେ ସଫଳତା ମିଳିବ।

ମିଥୁନ: କର୍ମତତ୍ପର ରହିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି।

କର୍କଟ: ପୂଜ୍ୟ-ପୂଜାରେ ମନୋନିବେଶ କରିପାରନ୍ତି। ସେବା ମନୋଭାବର ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ପରଚର୍ଚ୍ଚାରୁ ବିରତ ହେଲେ ଲୋକାଦୃତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ସିଂହ: ମନ ଫୁର୍ତ୍ତି ରହିବ। ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ। ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରିବେ। କାର୍ଯ୍ୟଭାରରେ ବିବ୍ରତ ହୋଇପାରନ୍ତି। ବୈଦିକ ମତକୁ ଉଲ୍ଲଘଂନ କଲେ ଅସୁବିଧାରେ ପଡ଼ିପାରନ୍ତି।

କନ୍ୟା: ଲୋକ ସଂପର୍କ ବୃଦ୍ଧି ପାଇବ। ସତ୍‌ସଙ୍ଗୀ ହେବେ। ସତ୍‌କର୍ମରେ ଆତ୍ମସନ୍ତୋଷ ଲାଭ କରିବେ। ଭାଗ୍ୟବାନ୍‌ ହେବେ। ଅସାଧୁ ଲୋକଙ୍କୁ ପରିତ୍ୟାଗ କରିବେ। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।

ତୁଳା: ବ୍ୟବସାୟରେ ସ୍ବଳ୍ପ ଲାଭ ମିଳିବ। ବହୁସୁଖର ଅଧିକାରୀ ହେବେ। ମନରେ ଗର୍ବଭାବ ବହନ କରିବେ। ସାଧୁ ସେବାରେ ବ୍ରତୀ ହୋଇ ଆଶୀର୍ବାଦ ଲାଭ କରିବେ।

ବିଛା: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଅପୂର୍ବ ସଫଳତା ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ବ୍ୟବସାୟ ଲାଭଜନକ ହେବ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ଜନ ସଂପର୍କ ବୃଦ୍ଧି ହେବ। ପ୍ରତିକ୍ଷେତ୍ରରେ ବିଜୟୀ ହେବେ।

ଧନୁ: ପରାମର୍ଶ ନେଇ କାର୍ଯ୍ୟ କଲେ ଅଧିକ ସଫଳତା ପାଇବେ। ଭାଗ୍ୟୋନ୍ନତିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ଶୁଭଫଳଦାୟକ ହେବ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ। ବିଜୟୀ ହେବେ।

ମକର: ଶ୍ରମ ସାର୍ଥକ ହେବ। ଅଧିକ ଦାୟିତ୍ବ ବହନ କରି ସୁପରିଚାଳନା କରିପାରନ୍ତି। ମନରେ ସରସତା ଆସିବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଧନାଗମ ହେବ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସନ୍ମାର୍ଗୀ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଅଟକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରି ଆଶ୍ବସ୍ତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଅର୍ଥାଭାବ ଦେଖାଦେଇପାରେ।

ମୀନ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଦେବ-ବ୍ରାହ୍ମଣ ସେବା ଯତ୍ନରେ ଖର୍ଚ୍ଚ ପରିମାଣ ବୃଦ୍ଧି କରି ସନ୍ତୁଷ୍ଟ ହେବେ। ଜଣେ ଭାଷାବିତ୍‌ ଭାବେ, ପ୍ରତିଷ୍ଠା ଲାଭ କରିପାରନ୍ତି।

Comments are closed.