MEllora 950×100

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ପ୍ରବର୍ତ୍ତନ ନିର୍ଦେଶାଳୟରେ ଅର୍ଚ୍ଚନା ନାଗ… ପଚରାଉଚରା କରିବ ଇଡି… ଅର୍ଚ୍ଚନା ଖୋଲିବ ନିଜେ ନିଜ କଳା ଧନ୍ଦାର ଗୁମର… କେମତି ଠୁଳ କରିଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି… ଆଲିସାନ ବଙ୍ଗଳା ଫଛରେ କାହାର ରହିଛି ହାତ… କାହାଠୁ ଖସାଇଛି କେତେ କୋଟି…

(୨) ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ… ଖୋର୍ଦ୍ଧା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ… ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍‌… ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ତନାଘନା…

(୩) ଆସନ୍ତାକାଲିଠୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ… ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର… ବୈଠକରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ… ଶୀତକାଳୀନ ଅଧିବେଶନରେ ଆସିପାରେ ୧୬ଟି ନୂଆ ବିଲ୍‌…

(୪) କାହାର ହେବ ପଦ୍ମପୁର… ? ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ… ଆସନ୍ତା ୮ତାରିଖରେ ହେବ ଭୋଟ୍‌ ଗଣତି… ବିଜୟକୁ ନେଇ ଧଡ଼ଧଡ଼ ହେଉଛି ନେତାଙ୍କ ଛାତି… ରେକର୍ଡ ଭୋଟ ଦେଇଛି ପଦ୍ମପୁର… ଗଡ଼ ବଞ୍ଚାଇ ପାରିବ ତ ବିଜେଡି… ନା ବିଜେପି କିମ୍ବା କଂଗ୍ରେସ ହାତକୁ ଯିବ ଆସନ…

(୫) ପୁଣି ଗେରୁଆ ହେବ ଗୁଜରାଟ… ଏକଜିଟ୍‌ ପୋଲରେ ଅନେକ ଆଗରେ ବିଜେପି… ବହୁ ଜନମତ ପାଇ ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି… କଂଗ୍ରେସ ପାଇବ ବିରୋଧୀ ଆସନ… ଆପକୁ ନାହିଁ ସେମିତି ଜନମତ… ସେପଟେ ହିମାଚଳ ପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର… କିଏ ମାରିବ ବାଜି… ?

(୬) ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ବାତ୍ୟା… ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆଜି ନେଇପାରେ ଅବପାତର ରୂପ… ଓଡ଼ିଶାକୁ ସିଧା ପ୍ରଭାବ ନଥିବା କହିଲା ପାଣିପାଗ ବିଭାଗ… ସେପଟେ ରାଜ୍ୟରେ ବଢ଼ିବ ଶୀତ… ଆସନ୍ତା ୩ଦିନ ମଧ୍ୟରେ ପାରଦ ଖସିବ ୩ ଡିଗ୍ରୀ…

Comments are closed.