MEllora 950×100

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଛତିଶଗଡ଼ରେ ପୁଣି ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ… ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ… ସିଆରପିଏଫ୍‌, ଡିଆରଜି ଓ ଏସଟିଆରଏଫ୍‌ ଯବାନଙ୍କ ମିଳିତରେ ଗୁଳିବିନିମୟ… ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ… ସର୍ଚ୍ଚ ଅପରେସନ ଜାରି…

(୨) ଜି ଉଦୟଗିରି ଥାନା ନିଲୁଙ୍ଗିଆ ଘାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ସ୍କୁଟି-ବାଇକ୍‌ ଧକ୍କା ଯୋଗୁଁ ଗଲା ୨ ଜୀବନ… ଶିକ୍ଷୟିତ୍ରୀ ପ୍ରଦୀପ୍ତା ସାହୁ ଓ କିରାଣି ବିମଳା ପ୍ରଧାନଙ୍କ ମୃତ୍ୟୁ… ଉଭୟଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର… ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ… କରୁଛି ଘଟଣାର ତଦନ୍ତ…

(୩) ସୁରୁଖୁରୁରେ ଚାଲିଛି ବିଧାନସଭା… ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ… ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବିବୃତି ରଖୁଛନ୍ତି ମନ୍ତ୍ରୀ ଓ ବିଧାୟକ… ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ… ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ…

(୪) କୋଣାର୍କ ଅସ୍ତରଙ୍ଗ ଦେବୀ ମୁହାଣରୁ ୨ଟ୍ରଲର ଜବତ… ନିଷିଦ୍ଧା ଅଞ୍ଚଳକୁ ପଶି ଆସିଥିବାରୁ ଟ୍ରଲର ଜବତ କଲା ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ବନ ବିଭାଗ… ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଜାରି ହୋଇଛି କଟକଣା… ସମ୍ପୃକ୍ତ ଅଞ୍ଚଳକୁ କରାଯାଇଛି ନିଷିଦ୍ଧାଞ୍ଚଳ ଘୋଷଣା…

(୫) ସମ୍ବିଧାନ ଦିବସ ସମାରୋହରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… ଭାରତକୁ କହିଲେ ଗଣତନ୍ତ୍ରର ଜନନୀ… ସମ୍ବିଧାନ ହେଉଛି ଭାରତର ସର୍ବୋଚ୍ଚ ଶକ୍ତି… ଭାରତ ଉପରେ ରହିଛି ସଭିଙ୍କ ନଜର… ବଢ଼ୁଥିବା ବିକାଶ ଓ ଅର୍ଥନୀତିକୁ ନେଇ ବଢ଼ିଛି ଆମର ଗୁରୁତ୍ୱ…

(୬) ରାଜ୍ୟରେ ଖସୁଛି ରାତିର ତାପମାତ୍ରା… ୧୫ ଡିଗ୍ରୀ ତଳେ ୧୯ ସହର… ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ… ଟ୍ୱିନସିଟି ଭୁବନେଶ୍ୱରରେ ବି ବହିଲାଣି ଶୀତର ଲହରୀ… ରାଜଧାନୀରେ ରେକର୍ଡ ହୋଇଛି ୧୪. ୫% ତାପମାତ୍ରା … ବିଭିନ୍ନ ସ୍ଥାନରେ କଲବଲ କଲାଣି ଜାଡ଼…

Comments are closed.