ପ୍ରମଥ ଚନ୍ଦ୍ର-କେଶବାନନ୍ଦ ସ୍ମାରକୀ କ୍ରିକେଟ

ଆଠଗଡ଼: ଉତ୍ତରାଚଣ୍ଡୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ମହୋତ୍ସବ ପଡ଼ିଆଠାରେ ଚାଲିଥିବା ୩ୟ ପ୍ରମଥଚନ୍ଦ୍ର-କେଶବାନନ୍ଦ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିବସରେ ମୋଟ ୪ଟି ଦଳ ମଧ୍ୟରେ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ସେଥିରେ ବାଙ୍କୀର ବରମପୁରା କ୍ରିକେଟ କ୍ଲବ ୩ୟ ଦଳ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଥିବା ଜଣାପଡ଼ିଛି। ୨ୟ ଦିବସରେ ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ୭ନଂ ୱାର୍ଡ କାଉନସିଲର ମମତା ଦାସ ଓ ସମାଜସେବୀ ରଶ୍ମିପ୍ରଭା ମହାନ୍ତି ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସନ୍ଦିପ ପଣ୍ଡା ଓ ରଞ୍ଜନ ବର୍ମା ମ୍ୟାଚଗୁଡିକୁ ପରିଚାଳନା କରିଥିଲେ।

Comments are closed.