ଦେଶରେ ଚିହ୍ନଟ ହେଲେ ୧୨,୭୨୯ ନୂଆ କରୋନା ରୋଗୀ, ୨୨୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୭୨୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୨୨୧ ଜଣଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟାରେ ୧୨,୧୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩,୩୭,୨୪,୯୫୯ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଦେଶରେ ୧,୪୮,୯୨୨ ଜଣ କରୋନା ସଂକ୍ରମିତ ରହିଛନ୍ତି । ସେହିଭଳି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୯,୮୭୩କୁ ବୃଦ୍ଧିପାଇଛି । ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୧,୦୭,୭୦,୪୬,୧୧୬ ପାନ କୋଭିଡ ଟିକା ଦିଆଯାଇସାରିଛି ।

Comments are closed.