ଦେଶରେ ୧୨,୪୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୫୬ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩୫୬ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରେ କେରଳରେ କେବଳ ୬୬୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୫୩ ଜଣଙ୍କର ପ୍ରାଣହାନି ଘଟିଛି । ଦିନକ ମଧ୍ୟରେ ୧୫,୯୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ୧.୧% ଏବଂ ସାପ୍ତାହିକ ହାର ୧.୨୪% ରହିଛି । କରୋନାରୁ ଆରୋଗ୍ୟ ହାର ୯୮.୧୯% ରହିଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ ହୋଇଛି । ଦେଶରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୩୫,୮୩,୩୧୮ ଜଣ ସୁସ୍ଥ ହୋଇସାରିଲେଣି । ଏହାବାଦ ସଂପ୍ରତି ୧,୬୩,୮୧୬ ସକ୍ରିୟ କରୋନା ରୋଗୀ ରହିଛନ୍ତି । ସୋମବାର ସଂଧ୍ୟା ସୁଦ୍ଧା ମୋଟ ୬୦.୧୯ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ୧୦୨.୯୪ କୋଟି ପାନ ଟିକା ଦିଆଯାଇଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏପର୍ଯ୍ୟନ୍ତ ମୋଟ ୧୦୭.୨୨ କୋଟି ପାନ ଟିକା ଯୋଗାଇ ଦିଆଯାଇଛି । ସଂପ୍ରତି କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟଗୁଡିକ ନିକଟରେ ୧୨.୩୭ କୋଟି ପାନ ଟିକା ମହଜୁଦ ରହିଛି ।

Comments are closed.