ସାଧାରଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସେନାବାହିନୀର ୧୨୨ ଜଣ କଣ୍ଟିନଜେଣ୍ଟ୍‍

ନୂଆଦିଲ୍ଲୀ :  ଚଳିତବର୍ଷ ପ୍ରଥମଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସେନାବାହିନୀର ୧୨୨ ଜଣ କଣ୍ଟିନଜେଣ୍ଟ୍‍ ଭାଗ ନେଉଛନ୍ତି। କମାଣ୍ଡର ଲେଫ୍ଟନାଣ୍ଟ କଲୋନେଲ୍‍ ଆବୁ ମହମ୍ମଦ ସାହାନୁର ସାୱନଙ୍କ ନେତୃତ୍ୱରେ ଏହି ଦଳରେ ବାଂଲାଦେଶର ତିନି ସେନାବାହିନୀର ସୈନିକମାନେ ଯୋଗଦେବେ। ଚଳିତବର୍ଷ ବାଂଲାଦେଶ ଏହାର ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଭାରତ ଓ ବାଂଲାଦେଶ ମଧ୍ୟରେ ସ୍ଥାପିତ ହୋଇଥିବା କୁଟନୈତିକ ସଂପର୍କର ମଧ୍ୟ ୫୦ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ବିଭିନ୍ନ ଦେଶରେ ଦୁଇଦେଶ ମିଳିତ ଭାବେ କେତେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

Comments are closed.