ଅଣାୟତ୍ତ କରୋନା: ଆଜି ୧୨୧୫ ପଜିଟିଭ, ୪୬୨ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ଵର: ରାଜ୍ୟରେ ଆଜି ୧୨୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୭୫୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଠାବ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୬୨ ରହିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୩୩୨ ପଜିଟିଭ୍‌ ବାହାରିଥିବାବେଳେ ଖୋର୍ଦ୍ଧାରୁ ୨ୟ ସର୍ବାଧିକ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ତଥ୍ୟକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି ପାଇଛି। ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ୨ଟି ଜିଲାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି।

ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତମାନେ ୨୮ଟି ଜିଲାର। ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲାରୁ ୧୧, ବାଲେଶ୍ଵର ୨୯, ବରଗଡ଼ ୧୦, ଭଦ୍ରକ ୨, ବଲାଙ୍ଗିର ୨୧, ବୌଦ୍ଧ ୨,  କଟକ ୬୦, ଦେବଗଡ଼ ୧ ଓ ଢେଙ୍କାନାଳରୁ ୧ ଲେଖାଏ, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୨ ଲେଖାଏ, ଗଜପତି ୮୯, ଗଞ୍ଜାମ ୩୩୨, ଏବଂ ଜଗତସିଂହପୁର ଜିଲାରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର ଜିଲାରୁ ୨୦, କଳାହାଣ୍ଡିରୁ ୮, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୧୪ ଲେଖାଏ, କନ୍ଦେୁଝରରୁ ୭୭, ଖୋର୍ଦ୍ଧାରୁ ୩୧୨, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୭, ନୂଆପଡ଼ାରୁ ୮, ପୁରୀରୁ ୧୧ ଏବଂ ରାୟଗଡ଼ାରୁ ୨୪ ଆକ୍ରାନ୍ତ ରହିଛନ୍ତି।

Comments are closed.