କଟକରେ ପୁଣି କରୋନା ଆତଙ୍କ, ଗୋଟିଏ କଲେଜର ୧୨ ଛାତ୍ରଛାତ୍ରୀ ପଜିଟିଭ୍

କଟକ: ଚିନ୍ତା ବଢାଉଛି କରୋନା। କିଛି ଦିନ ହେବ କରୋନାର ପ୍ରକୋପ ସାମାନ୍ୟ କମିଥିବା ବେଳେ ଏବେ ପୁଣି ଡରାଇବା ଆରମ୍ଭ କରିଛି। ଗୁରୁବାର କଟକ ଲିଙ୍କରୋଡ୍ ସ୍ଥିତ ଏକ କଲେଜର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଘଟଣା ପରେ କଟକ ମହାନଗର ନିଗମ ପକ୍ଷରୁ ଆକ୍ରାନ୍ତମାନଙ୍କୁ କଲେଜ ହଷ୍ଟେଲ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି।
ସୂଚନା ମୁତାବକ, ସମସ୍ତ ଆକ୍ରାନ୍ତଙ୍କଠାରେ କରୋନା ଲକ୍ଷଣ ଦେଖାଦେବା ପରେ ସେମାନଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ଏହାପରେ ୧୨ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସେହି କଲେଜରେ ପ୍ରଶାସନ ପକ୍ଷରୁ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।