ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶୀତ ଚାଦରରେ ସାରା ଓଡିଶା। ରାଜ୍ୟରେ କିଛି ଦିନ ମଧ୍ୟରେ ବଢିଛି ଥଣ୍ଡାର ପ୍ରକୋପ। ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ବଢିଛି ଶୀତ। ତେବେ ଏହା ମଧ୍ୟରେ ୧୦ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା ରେକର୍ଡ
କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ .. ଘରୁ ଲୁଟ୍ ପାଇଁ ସ୍ୱାମୀକୁ ହତ୍ୟା କରାଯାଇଛି .. ସ୍ତ୍ରୀ ଗୁରୁତର ଆହତ .. କଟକ ବଡ଼ ଡାକ୍ତରଖାନାରେ କରାଯାଇଛି ଭର୍ତ୍ତି
ଘନୀଭୂତ ହେଉଛି ବାତ୍ୟା ‘ମେଣ୍ଡୋସ୍’ ; ଆଜି ଦକ୍ଷିଣରେ ବର୍ଷା .. ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ, ୪ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିବ ରାତି ତାପମାତ୍ରା
ଭୁବନେଶ୍ୱର : ଆଜି ଠାରୁ ମାଟ୍ରିକ ସମେଟିଭ୍ -୧ ଖାତା ଦେଖା ଆରମ୍ଭ .. ମୋଟ ୫୬ଟି କେନ୍ଦ୍ରରେ ୧୨୪୫୦ ଶିକ୍ଷକ ମୂଲ୍ୟାୟନରେ ନିୟୋଜିତ.. ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଖାତା ଦେଖା..
ରାଜସ୍ଥାନରେ ବିବାହ ସମାରୋହରେ ଅଘଟଣ.. ଗ୍ୟାସ ସିଲିଣ୍ଡର ଫାଟି ୫ ଜୀବନ୍ତ ଦଗ୍ଧ.. ୫୦ ଆହତ.. ହସ୍ପିଟାଲରେ ଚାଲିଛି ଚିକିତ୍ସା
ଘନୀଭୂତ ହେଉଛି ବାତ୍ୟା‘ମେଣ୍ଡୋସ୍’ .. ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘଣ୍ଟାପ୍ରତି ୧୨ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା..
Comments are closed.