ଖିରେଇଟାଙ୍ଗିରିରେ ଜାତୀୟ ସମରସତ୍ତା ଦିବସ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଠାରେ ସମ୍ବିଧାନ ପ୍ରଣେତା ଡ଼କ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀକୁ ବିଜେପି ପକ୍ଷରୁ ଜାତୀୟ ସମରସତ୍ତା ଦିବସ ଭାବେ ପାଳନ କରାଯାଇଛି। ପ୍ରଥମେ ଡ଼କ୍ଟର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଦଳୀୟ ନେତୃବୃନ୍ଦ ପୁଷ୍ପ ମାଲ୍ୟ ଅର୍ପଣ କରିବାପରେ ଭାରତୀୟ ସମ୍ବିଧାନର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ରାଜ୍ୟ କୁର୍ଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ସତ୍ୟବ୍ରତ ନାଏକ, ବନଜ କୁମାର ନାଏକ, ମଣ୍ଡଳ ସଭାପତି ମହେନ୍ଦ୍ର କୁମାର ନାଏକ, ମଣ୍ଡଳ ପ୍ରଭାରୀ ବିଜୟ ବାରିକ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୋଜିନୀ ନାଏକ ପ୍ରମୁଖ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ଥିଲେ ଏବଂ ଅବସରରେ ମଣ୍ଡଳ କାର୍ଯ୍ୟାଳୟକୁ ଜିଲ୍ଲା ସଭାପତି ଶ୍ରୀ ମହାନ୍ତ ବର୍ମା ଫିତାକାଟି ଉଦଘାଟନ କରିଥିଲେ।

Comments are closed.