ଅଯୋଧ୍ୟା ସରଜୁ ନଦୀରେ ସ୍ନାନ ବେଳେ ଗୋଟିଏ ପରିବାରର ୧୨ ଜଣ ନିଖୋଜ

ଆଜି ସକାଳେ ସରଜୁ ନଦୀର ଗୁପ୍ତ ଘାଟରେ ଗାଧୋଇବା ବେଳେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ନିଖୋଜ ହୋଇଯାଇଥିବା ଖବର ମିଳିଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଗ୍ରାର ସିକେନ୍ଦ୍ର ଅଂଚଳରୁ ଏକ ପରିବାରର ୧୫ ଜଣ ସଦସ୍ୟ ଗୁପ୍ତ ଘାଟରେ ସ୍ନାନ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସମ୍ପୃକ୍ତ ଗୁପ୍ତ ଘାଟରେ ଜଳ ସ୍ରୋତ ପ୍ରଖର ଥିବାରୁ ପ୍ରଥମେ ସେହି ପରିବାରର ଦୁଇ ଜଣ ଲୋକ ଖସି ଯାଇଥିଲେ। ଏହା ପରେ ପରସ୍ପରକୁ ବଞ୍ଚାଇବା ଲାଗି ୧୩ ଜଣ ପ୍ରଖର ଜଳ ସ୍ରୋତରେ ଭାସିଯାଇଥିଲେ। ଲୋକଙ୍କ ଚିତ୍କାର ଶୁଣି ଅନ୍ୟ ଯାତ୍ରୀମାନେ ପୋଲିସ ପ୍ରଶାସନକୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ। ତେବେ ବୁଡାଳୀମାନେ କେବଳ ତିନି ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

Comments are closed.