ହନୁମାନଙ୍କ ଦ୍ୱାଦଶ ନାମ ଜପ କରିବାର ଲାଭ

ଭଗବାନ ହନୁମାନଙ୍କ ବହୁତ ଗୁଡିଏ ନାମ ରହିଛି। ସେଥିମଧ୍ୟରୁ ରାମାୟଣରେ ଭଗବାନ ହନୁମାନଙ୍କ ୧୨ଟି ବିଶେଷ ନାମ ରହିଛି। ସେଗୁଡିକ ହେଲା ହନୁମାନ, ଅଞ୍ଜନୀସୁତ, ପବନପୁତ୍ର, ମହାବଳ, ରାମେଷ୍ଟ, ଫାଲ୍‍ଗୁନସଖା, ପିଙ୍ଗାକ୍ଷ, ଅମିତବିକ୍ରମ, ଉଦଧିକ୍ରମଣ, ସୀତାଶୋକବିନାଶକ, ଲକ୍ଷଣପ୍ରାଣଦାତା, ଦଶଗ୍ରିବଦର୍ପହା। ପ୍ରତି ନାମର ଅଲଗା ଅଲଗା ମହିମା ବା ମହତ୍ତ୍ବ ରହିଛି। ସବୁ ନାମକୁ ନେଇ ଶ୍କୋକ ରୂପରେ ଗାନ କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି।

କେଉଁ ସମୟରେ ଏହି ୧୨ଟି ନାମ ଜପ କରିବେ

୧. ପ୍ରାତଃ କାଳରେ, ରାତିରେ ଶୋଇବା ପୂର୍ବରୁ, ନୂଆ କାର୍ଯ୍ୟ କରିବା ପୂର୍ବରୁ ଏବଂ ଯାତ୍ରାରେ ବାହାରିବା ପୁର୍ବରୁ ଭଗବାନ ହନୁମାନଙ୍କ ଏହି ୧୨ଟି ନାମ ଜପ କରନ୍ତୁ।

୨. ଏକ ହଳଦୀଆ କାଗଜ ଉପରେ ଲାଲ ରଙ୍ଗରେ ଭଗବାନ ହନୁମାନଙ୍କ ଏହି ୧୨ଟି ନାମ ଲେଖନ୍ତୁ । ସେହି କାଗଜକୁ ଘରର ମୁଖ୍ୟ ଦ୍ୱାର ଓ ପୂଜା ସ୍ଥାନରେ ରଖନ୍ତୁ।

୩. ଭୁଜପତ୍ର ଉପରେ ଅଷ୍ଟଗନ୍ଧରେ ହନୁମାନଙ୍କ ନାମ ଲେଖି ଗଳାରେ ଧାରଣ କରିପାରିବେ।

୪. ହନୁମାନଙ୍କ ଏହି ୧୨ଟି ନାମକୁ ଜପ କରୁଥିବା ବ୍ୟକ୍ତି ସର୍ବଦା ବିପଦରୁ ବର୍ତ୍ତିଥାଏ।

୫. ପ୍ରାତଃ କାଳରେ ହନୁମାନଙ୍କ ନାମ ଜପ କଲେ ଦୀର୍ଘାୟୁ , ଦିପହରରେ ଏହି ଜପ କଲେ ଧନବାନ ଏବଂ ରାତିରେ ଜପ କଲେ ବିରୋଧୀ ପରାସ୍ତ ହେବା ସହ ଶତ୍ରୁ ଶାନ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି।

୬. ହନୁମାନଙ୍କ ଏହି ୧୨ଟି ନାମକୁ ସକାଳୁ ୯ଥର ଜପ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ।

Comments are closed.