ରାଜ୍ୟରୁ ଆଜି ସର୍ବାଧିକ ୧୨ ଜଣଙ୍କ ଜୀବନ ନେଲା କରୋନା, ୨୪୭ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରୁ ଆଜି ସର୍ବାଧିକ ୧୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୧୨ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ମୃତ୍ୟୁ ବରଣ କରିଥିବା ୧୨ ଜଣଙ୍କ ମଧ୍ୟରେ ଗଞ୍ଜାମ ଓ ସୁନ୍ଦରଗଡ଼ରେ ୩ ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରେ ଜଣେ ଲେଖାଏଁ ମୃତକ ରହିଛନ୍ତି । ଗଞ୍ଜାମରୁ ଆଜି ୩ ଜଣଙ୍କ ମୃତ୍ୟୁ ସହ ଜିଲାର ମୋଟ୍ ମୃତ୍ୟୁ ସଂଖ୍ୟା ୧୨୩ରେ ପହଞ୍ଚିଛି । ସେହିପରି ସୁନ୍ଦରଗଡ ଜିଲାରୁ ୩ ଜଣଙ୍କ ମୃତ୍ୟୁ ସହ ୧୬ରେ ପହଞ୍ଚିଛି ଜିଲାର ମୋଟ୍ ମୃତ୍ୟୁ ସଂଖ୍ୟା ।

 

 

 

Comments are closed.