ଜୁନ୍‍ ସୁଦ୍ଧା ଉପଲବ୍ଧ ହେବ ୧୨ କୋଟି ପାନ ଟିକା

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜୁନ୍‍ ସୁଦ୍ଧା ୧୨ କୋଟି ପାନ କୋଭିଡ ଟିକା ଉପଲବ୍ଧ ହେବ। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି ଯେ ବିଭିନ୍ନ କମ୍ପାନୀ ସେମାନଙ୍କର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ଉତ୍ପାଦନକୁ ତ୍ୱରାନ୍ୱିତ କରିଛନ୍ତି। ତେଣୁ ଜୁନ୍‍ ସୁଦ୍ଧା ୧୨ କୋଟି ପାନ ଟିକା ଉପଲବ୍ଧ ହେବାକୁ ଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ଜନସଂଖ୍ୟା, ଟିକାଦାନ ସଂଖ୍ୟାକୁ ସମୀକ୍ଷା କରାଯାଇ ଟିକା ଆବଣ୍ଟନ କରାଯାଉଛି। ଇତିମଧ୍ୟରେ ଦେଶର ଅନେକ ରାଜ୍ୟରେ ସଂକ୍ରମଣ ହାର ହ୍ରାସପାଇବା ଲକ୍ଷ୍ୟ କରାଯାଇଛି। ଏଥିସହିତ ତାଲାବନ୍ଦ କଟକଣା ଓ ଟିକାକରଣରୁ ସୁଫଳ ମିଳିବା ଆରମ୍ଭ ହୋଇଛି। କିଛି ରାଜ୍ୟ ସେମାନଙ୍କ ତାଲାବନ୍ଦରେ ସର୍ତ୍ତମୂଳକ କୋହଳ କରିଥିବାବେଳେ ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଆଦି ରାଜ୍ୟରେ ତାଲାବନ୍ଦ ଅବଧି ବୃଦ୍ଧି କରାଯାଇଛି। ଦେଶରେ ୮୦% ଲୋକଙ୍କର ଟିକାକରଣ ପ୍ରକ୍ରିୟା ଶେଷହେବାପରେ କୋଭିଡ-୧୯କୁ ପ୍ରତିହତ କରାଯାଇପାରିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comments are closed.