ହସ୍ପିଟାଲରେ ଅକ୍ସିଜେନ ଅଭାବ; ଚାଲିଗଲା ୧୨ ଜୀବନ

ଭୋପାଳ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥା ଧୀରେ ଧୀରେ ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦରକାର ପଡୁଥିବା ଅକ୍ସିଜେନ ଏବଂ ରେମଡେସିଭିର ଔଷଧର ଘୋର ଅଭାବ ଯୋଗୁ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶହଡୋଲ ମେଡିକାଲ କଲେଜରେ। ଏଠାରେ ଶନିବାର ବିଳମ୍ବିତ ରାତିରେ ଅକ୍ସିଜେନ ଅଭାବରୁ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, କରୋନାରେ ସଂକ୍ରମିତ ହୋଇ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୁରୁତର ଅସୁସ୍ଥ ରୋଗୀମାନଙ୍କ ପାଇଁ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା। କିନ୍ତୁ ରାତିରେ ୧୨ ଜଣ ରୋଗୀଙ୍କଠାରେ ସଂଯୋଗ ହୋଇଥିବା ଅକ୍ସିଜେନ ପାଇପରେ ପ୍ରେସର କମି ଯାଇଥିଲା। ଅକ୍ସିଜେନ ଅଭାବରୁ ଏପରି ହେବା ଫଳରେ ୧୨ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Comments are closed.