୧୧ କେଭି ବିଦ୍ୟୁତ ତାର ଛିଡି ୨ ଷଣ୍ଢଙ୍କ ମୃତ୍ୟୁ

ଆରଡି : ଗୁରୁବାର ଭଦ୍ରକ ଜିଲା ଆରଡିପୀଠ ସନିକଟ ମୁଆଁଗାଁ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଡି ଯିବା ଫଳରେ ୨ଟି ଷଣ୍ଢଙ୍କର ମୃତ୍ୟୁ ଘଟିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ଗତ ୨ଦିନ ତଳେ କାଳବୈଶାଖୀର ଝଡବର୍ଷାରେ ୧୧କେଭି ବିଦ୍ୟୁତ ତାର ଖୁଣ୍ଟରୁ ଓହଳି ରହିଥିଲେ ମଧ୍ୟ ବିଭାଗ ପକ୍ଷରୁ ମରାମତି କରାଯାଇନଥିଲା। ତାହାସହ ଦୀର୍ଘଦିନ ହେବ ମରାମତି ଅଭାବରୁ ବହୁ ସ୍ଥାନରେ ବିଦ୍ୟୁତ ତାର ଓହଳି ରହିଥିବା ବାବଦରେ ଅଭିଯୋଗ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।