ଦେଶରେ ୧ ଲକ୍ଷ ୧୭ ହଜାର ନୂଆ କୋଭିଡ ଆକ୍ରାନ୍ତ; ୩୦୨ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୦୨ ଜଣଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ ୩୦,୮୩୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ୭.୭୪%କୁ ବୃଦ୍ଧିପାଇଛି । କରୋନରୁ ଆରୋଗ୍ୟ ହାର ୯୭.୫୭% ରହିଛି । ଇତିମଧ୍ୟରେ କରୋନାରୁ ମୋଟ ୩,୪୩,୭୧,୮୪୫ ଜଣ ସୁସ୍ଥ ହୋଇସାରିଲେଣି । ସେହିଭଳି କରୋନା ଜନିତ ମୃତ୍ୟୁସଂଖ୍ୟା ୪,୮୩,୧୭୮ରେ ପହଞ୍ଚିଛି । ସଂପ୍ରତି ଦେଶରେ ୩,୭୧,୩୬୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୧୪୯.୬୬ କୋଟି ପାନ ଟିକା ଦିଆଯାଇଛି ।

Comments are closed.