ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ବୋନସରେ ମିଳିବ ୭୮ ଦିନର ବେତନ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ଦୀପାବଳିର ବଡ଼ ଉପହାର ଦେଇଚନ୍ତି। ରେଳ କର୍ମଚାରୀଙ୍କୁ ବୋନସରେ ୭୮ ଦିନର ବେତନ ଦେବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି।

ଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାଭଡେକର ଘୋଷଣା କରିଛନ୍ତି ଯେ ୧୧,୫୨,୦୦୦ ରେଳ କର୍ମଚାରୀଙ୍କୁ ବୋନସ ଆକାରରେ ୭୮ ଦିନର ବେତନ ମିଳିବ। କେନ୍ଦ୍ର ସରକାର ଗତ ୬ ବର୍ଷ ହେବ ଏହା ଉପରେ କାର୍ଯ୍ୟ କରୁଥିଲେ। ଉତ୍ପାଦନ ବୃଦ୍ଧିରେ ସକରାତ୍ମକ ଯୋଗଦାନ ପାଇଁ ରେଳ କର୍ମଚାରୀଙ୍କୁ ଏହି ବୋନସ ପ୍ରଦାନ କରାଯାଉଛି। ସେହିପରି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଘୋଷଣା କରିଛନ୍ତି। ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି କ୍ରମରେ ଇ-ସିଗାରେଟ ସମ୍ପର୍କିତ ଉତ୍ପାଦନ, ବିନିର୍ମାଣ, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବିତରଣ, ଗଚ୍ଛିତ ରଖିବା ଏବଂ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Leave A Reply