ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶର ୧୪ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି। ୧୨ରୁ ଅଧିକ ରାଜ୍ୟରେ ସିନେମା ହଲ୍, ସ୍କୁଲ, କଲେଜ ବନ୍ଦ କରିଦିଆଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶଗୁଡ଼ିକ ସହିତ ମିଶି କରୋନା ଭୂତାଣୁର ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ସାରା ବିଶ୍ଵରେ ବର୍ତ୍ତମାନ ସୁଦ୍ଧା ୬୫୧୫ ଜଣ କରୋନା ଯୋଗୁ ପ୍ରାଣ ହରାଇଥିବାବେଳେ ଭାରତରେ ଏହି ସଂଖ୍ୟା ୩ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି। ଏଠାରେ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।