ଭାରତରେ ୧୧ ପାକିସ୍ତାନୀ ଶରଣାର୍ଥୀଙ୍କୁ ହତ୍ୟା ! କ୍ଷେତରୁ ମିଳିଲା ମୃତଦେହ

ଜୟପୁର: ରାଜସ୍ଥାନର ଜୋଧପୁରରେ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଦେଚୁ ଅନ୍ତର୍ଗତ ଅଚଳାବତା ଗାଁରେ ଏହି ଘଟଣା ଘଟିଛି। ଗାଁ ନିକଟ କ୍ଷେତରେ ଶରଣାର୍ଥୀମାନଙ୍କ ମୃତଦେହ ପଡ଼ିଛି। ସମସ୍ତେ ପାକ୍‌ ବିସ୍ଥାପିତ ବୋଲି କୁହାଯାଉଛି। ପାକିସ୍ତାନରୁ ବିସ୍ଥାପିତ ହେବା ପରେ ସେମାନେ ଅଚଳାବତା ଗାଁରେ ଚାଷ କାର୍ଯ୍ୟ କରି ଚଳୁଥିଲେ। ହଠାତ୍‌ ୧୧ ଶରଣାର୍ଥୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଖବର ପାଇ ଏସ୍‌ପି ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି।

Comments are closed.