୧୧ ଜଣ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ଭାବେ ପଦୋନ୍ନତି

ଭୁବନେଶ୍ୱର – ୧୧ ଜଣ ଓଏଏସ୍‌ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା ନିୟମ ୧୯୫୪ ଅନୁସାରେ ପଦୋନ୍ନତି ଦିଆଯାଇ ଆଇଏଏସ୍‌ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଷମାରାଣୀ ଦେବୀ, ଦିଲ୍ଲୀପ ରାଉତରାୟ, ସୁଧାକର ବୁର୍ଗୀ, ଡକ୍ଟର ଉଦ୍ଧବ ଚନ୍ଦ୍ର ମାଝି, ଜ୍ୟୋତି କୁମାର ଲାକ୍ରା, ଇନ୍ଦ୍ରମଣି ତ୍ରିପାଠୀ, ସୁବ୍ରତ ସତପଥୀ, ତ୍ରିଲୋଚନ ପ୍ରଧାନ, ଆଲୋକ କୁମାର କର, ସୁଶାନ୍ତ କୁମାର ଦାଶ ଏବଂ କମଳ ଲୋଚନ ମିଶ୍ରଙ୍କୁ ଆଇଏଏସ୍ ଭାବେ ପଦୋନ୍ନତି ଦିଆଯାଇଛି ।

ଓଡ଼ିଶା କ୍ୟାଡରରେ ଥିବା ବିଭିନ୍ନ ପଦବୀରେ ଏହି ଅଧିକାରୀମାନେ ଭାରତୀୟ ପ୍ରଶାସନିକ ସେବା ନିୟମ ୧୯୫୪ ଅନୁସାରେ ନିଯୁକ୍ତି ପାଇବେ । ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ଅଧିକାରୀମାନେ ପ୍ରୋବସନରେ ରହିବେ ।

Comments are closed.