ଡି.ଡି. ଫ୍ରି ଡିସ୍‍ ରେ ୧୧ଟି ଅଧିକ ଡି.ଡି. ଚାନେଲ୍‍

0

ନୂଆଦିଲ୍ଲୀ: ପ୍ରସାର ଭାରତୀ, ଭାରତୀୟ ସାଟେଲାଇଟ୍‍ ଜରିଆରେ ଡି.ଡି. ଫ୍ରି ଡିସ୍‍ ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ୫ଟି ଚାନେଲ୍‍ ସମେତ ୧୧ଟି ଅଧିକ ଡି.ଡି. ଚାନେଲ୍‍କୁ ସାମିଲ କରିଛି। ଦୂରଦର୍ଶନ ପ୍ରସାରଣକୁ ବ୍ୟାପକ କରିବା ଏହାର ଲକ୍ଷ୍ୟ ରହିଛି। ଏହାଦ୍ୱାରା ରାଜ୍ୟର ଚାନେଲ୍‍ଗୁଡ଼ିକ ଜରିଆରେ ସ୍ଥାନୀୟ ଲୋକଙ୍କ ଆଞ୍ଚଳିକ ସଦିଚ୍ଛାକୁ ପୂରଣ କରାଯାଇ ପାରିବ। ସାଟେଲାଇଟ୍‍ ନେଟ୍‍ୱର୍କ ମାଧ୍ୟମରେ ଏହିସବୁ ଚାନେଲ୍‍କୁ ଡି.ଡି. ଫ୍ରି ଡିସ୍‍ ମାଧ୍ୟମରେ ପ୍ରସାରଣ କରିବା ଦ୍ୱାରା କେବଳ ଆଞ୍ଚଳିକ ସ୍ତରରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବ ତାହା ନୁହେଁ ବରଂ ସମସ୍ତେ ଭାରତରେ ଏକତା ସୂତ୍ରରେ ବାନ୍ଧି ହୋଇପାରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସାରଭାରତୀ ଭାରତୀୟ ସାଟେଲାଇଟ ଜରିଆରେ ଡି.ଡି. ଫ୍ରି ଡିସ୍‍ ମାଧ୍ୟମରେ ୧୧ଟି ଚାନେଲ୍‍କୁ ସାମିଲ କରିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ୫ଟି ଚାନେଲ୍‍କୁ ସାମିଲ କରାଯାଇଛି। ଶ୍ରୀ ମୋଦୀ ଟ୍ୱିଟ୍‍ କରି କହିଛନ୍ତି ଯେ ଏହା ଦ୍ୱାରା ଆଞ୍ଚଳିକ ସଂସ୍କୃତିକୁ ସୁଦୃଢ଼ କରାଯିବା ସହ ଲୋକମାନଙ୍କର ସଦିଚ୍ଛାକୁ ପୂରଣ କରାଯାଇପାରିବ। ପ୍ରଥମଥର ପାଇଁ ଡିଡି ଫ୍ରି ଡିସ୍‍ ଅଧୀନରେ ସ୍ୱତନ୍ତ୍ର ଦୂରଦର୍ଶନ ଚାନେଲ୍‍ ହାସଲ କରିଥିବା ଛତିଶଗଡ଼, ଗୋଆ, ହରିଆଣା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ଉତ୍ତରାଖଣ୍ଡ ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply