ରାଜ୍ୟରୁ ଆଉ ୧୧ ଜୀବନ ନେଲା କରୋନା, ୫୧୪ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଏହାରି ମଧ୍ୟରେ ରାଜ୍ୟରେ ୫୧୪ରେ ପହଞ୍ଚିଛି କରୋନା ମୃତକଙ୍କ ସଂଖ୍ୟା। ଆଜି ପୁଣି ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।


ରାଜ୍ୟରୁ ଆଜି  ୧୧ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଜଣ ରହିଥିବା ବେଳେ ଭୁବନେଶ୍ଵରରୁ ୨ ଜଣ ରହିଛନ୍ତି। ସେହିପରି ଭଦ୍ରକ,ସମ୍ବଲପୁର, ରାୟଗଡ଼ା,ପୁରୀ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି।

Comments are closed.