୧୧କେଭି ବିଦ୍ୟୁତ ତାର ପଡି ବୃଦ୍ଧ ମୃତ: ପ୍ରତିବାଦରେ ରାସ୍ତାରୋକ

0

ଗୋପ: ରାମଚଣ୍ଡୀ ଥାନା ଅଧିନ ଗଡ଼ବାଙ୍ଗର ଗାଁର ଜଣେ ବୃଦ୍ଧଙ୍କ ଉପରକୁ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଶୁକ୍ରବାର ସକାଳେ ବୃଦ୍ଧ ଜଣକ ଶୌଚ ହେବାପାଇଁ ଘରୁ ଯାଉଥିବା ବେଳେ ରାସ୍ତାପାର୍ଶ୍ଵରେ ଯାଇଥିବା ବିଦ୍ୟୁତ ତାର ତାଙ୍କ ଉପରେ ଛିଣ୍ଡି ପଡିଥିଲା। ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ କ୍ଷତିପୁରଣ ଦାବିରେ ପୁରୀ-କୋଣାର୍କ ବେଳା ମାର୍ଗ ରାସ୍ତାର ଏଫ.ସି.ଆଇ ଛକ ନିକଟରେ ରାସ୍ତାରେ ଗଛ ପକାଇ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଗଡ଼ବାଙ୍ଗର ଗ୍ରାମର ହୃଷିକେଶ ଛୋଟରାୟ (୫୮) ଶୁକ୍ରବାର ସକାଳ୬ଟା ସମୟରେ ଶୌଚ ହେବାପାଇଁ ଯାଉଥିଲେ। ରାସ୍ତାରେ ଯାଉଥିବା ସମୟରେ ବିପଦ ସଂକୁଳ ଅବସ୍ଥାରେ ଥିବା ୧୧ କେଭି ବିଦ୍ୟୁତ ତାର ତାଙ୍କ ଉପରେ ଛିଣ୍ଡି ପଡିଥିଲା। ବିଦ୍ୟୁତ କରେଣ୍ଟ ଲାଗି ହୃଷିକେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଗ୍ରାମର ଗ୍ରାମବାସୀମାନେ ପୁରୀ-କୋଣାର୍କ ରାସ୍ତାର (ଏଫ ସି ଆଇ) ନିକଟ ରାସ୍ତା ଅବରୋଧ କରିବା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଛି । ଖବର ଲେଖା ହେବା ପର୍ୟ୍ୟନ୍ତ କୌଣସି ସମାଧାନର ସୂତ୍ର ବାହାରିନଥିବା ସୂଚନା ମିଳିଛି ।

Leave A Reply