ବେଆଇନ ବାଲି ଚାଲାଣ ଅଭିଯୋଗରେ ୧୧ ଗିରଫ, ୯ଟି ଟ୍ରାକ୍ଟର ଜବତ  

କଂଟାବାଂଜି : ତୁରେକେଲା ଥାନା ଅଂଚଳରେ ବେଆଇନ ଭାବରେ ବାଲି ପଥର ଚାଲାଣକୁ ନେଇ ୯ଟି ଟ୍ରକ୍ଟର ଜବତ କରିଥିବା ବେଲେ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ପ୍ରାପ୍ତ ସୂଚନା ଅନୁଯାୟୀ ବେଆଇନ ଭାବରେ ଏହି ଟ୍ରାକ୍ଟରଗୁଡିକ ଆବଶ୍ୟକ କାଗଜପତ୍ର ନ ଥାଇ ବାଲି ପଥର ଚାଲାଣ କରୁଥିବା ବେଳେ ପୁଲିସ ପେଟ୍ରୋଲିଂ ବେଳେ ଧରାପଡିଥିବା ଥାନା ଭାରପ୍ରାପ୍ତଅଧିକାରୀ କମଳ ଲୋଚନ ବେହେରା ସୂଚନା ଦେବା ସହ , ଆଗାମୀ ଦିନରେ ଆହୁରି ଯୋରଦାର ଚଢଉ କରାଯିବ ବୋଲି ସୂଚନା ଦେଇଛନ୍ତି

Comments are closed.