ଗାଡ଼ିରୁ ୧୧.୭୩ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ; କୃଷି ଅଧିକାରୀଙ୍କ ଘରେ ଚଢ଼ଉ

କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ଗାଡ଼ିରୁ ଜବତ ହୋଇଛି ୧୧.୭୩ ଲକ୍ଷ ଟଙ୍କା । ଭିଜିଲାନ୍ସ ବିଭାଗ ଏହି ଟଙ୍କାକୁ ଜବତ କରିବା ସହ କୃଷି ଅଧିକାରୀଙ୍କୁ ଚଳାଇଛି ଜେରା । ତାଙ୍କର ଭୁବନେଶ୍ବର କୈଳାସ ବିହାର ବାସଭବନରେ ବି ଚଢ଼ଉ ଚାଲିଛି ।

ସୂଚନା ଅନୁସାରେ କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କର ବଦଳି ହୋଇଥିଲା । ସେ ଗତକାଲି ରିଲିଭ ହୋଇଥିଲେ । ମାତ୍ର ସେ ଆସିବା ବେଳେ ସାଥୀରେ ବିପୁଳ ଟଙ୍କା ଧରି ଆସୁଥିବା ଖବର ପାଇ କୋରାପୁଟ ନିକଟସ୍ଥ ଦେଓମାଳି ଘାଟି ନିକଟରେ ଭିଜିଲାନ୍ସ ତାଙ୍କୁ ଅଟକାଇ ଗାଡ଼ି ଯାଞ୍ଚ କରିଥିଲା । ଗାଡ଼ିରୁ ୧୧,୭୩, ୪୩୦ ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଥିଲେ ହେଁ ସେ କେୌଣସି ସ୍ପଷ୍ଟ ତଥ୍ୟ ରଖି ପାରି ନ ଥିଲେ । ଏହାପରେ ତାଙ୍କୁ ଜୟପୁର ଭିଜିଲାନ୍ସ ଅଫିସ ଅଣାଯାଇ ଜେରା କରାଯାଉଥିବା ସୂଚନା ମିଳିଛି । ସେହିପରି କୋରାପୁଟ ଭିଜିଲାନ୍ସ ବିଭାଗଠାରୁ ସୂଚନା ପାଇ ଅନ୍ୟଏକ ଭିଜିଲାନ୍ସ ଟିମ୍ ଭୁବନେଶ୍ବରସ୍ଥିତ ତାଙ୍କର ବାସଭବନ (କୈଳାସ ବିହାର ୬ଏ)ରେ ଚଢ଼ଉ କରିଥିବା ଜଣାପଡ଼ିଛି ।

Comments are closed.