ବିଷାକ୍ତ ଲାଲ ଶୈବାଳ

0

ନିକଟରେ ବିଶେଷଜ୍ଞ ଦଳ ଅନୁସନ୍ଧାନ କରି ପ୍ରକାଶ କରିଛନ୍ତି ଯେ ଦକ୍ଷିଣ ପଶ୍ଚିମ ଫ୍ଲୋରିଡାର ସମୁଦ୍ର ପାଣି ବିଷାକ୍ତ ହେବାରେ ଲାଗିଛି। ବିଷାକ୍ତ ଲାଲ ଶୈବାଳ କାରଣରୁ ଏଠା ପରିବେଶ ଅସ୍ବାସ୍ଥ୍ୟକର ହେବା ସହ ସାମୁଦ୍ରିକ ଜୀବ ମଧ୍ୟ ଅକାଳରେ ପ୍ରାଣ ହରାଉଛନ୍ତି। ଏହି ଶୈବାଳ ପାଇଁ ସମୁଦ୍ର ପାଣି କଳା ହୋଇଯିବା ସହ ସ୍ଥାନୀୟ ଲୋକେ ନିଶ୍ବାସ-ପ୍ରଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି। ପର୍ୟ୍ୟଟକଙ୍କ ସହ ସେଠା ବାସିନ୍ଦାଙ୍କୁ ଆଗାମୀ କିଛି ସପ୍ତାହ ପର୍ୟ୍ୟନ୍ତ ସମୁଦ୍ର କୂଳକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସପ୍ତାହେ ତଳେ ୨୬ ଫୁଟ୍ ଲମ୍ବର ଏକ ହ୍ବେଲ୍ ଶାର୍କ କୂଳରେ ମରିପଡ଼ିଥିଲା। ଏହା ସହ ଗଭୀର ସମୁଦ୍ରର ମାଛ, ଅନ୍ୟାନ୍ୟ ପ୍ରଜାତିର ଜୀବ, କଇଁଛ ମଧ୍ୟ ଶୈବାଳ କାରଣରୁ ପ୍ରାଣ ହରାଇ କୂଳରେ ଲାଗୁଛନ୍ତି। ସେଠା ଗବେଷକ ଦଳର ମୁଖ୍ୟ ରିଚମଣ୍ଡଙ୍କ କହିବାନୁସାରେ, ଏଇ ଲାଲ ଶୈବାଳ ପାଣି ଭିତରେ ବୁଡ଼ି ରହିଥାଏ। ଗତ ୨ ମାସ ହେବ, ଏହି କାରଣରୁ ନାନା ପ୍ରକାର ସମସ୍ୟା ବଢ଼ିଚାଲିଛି। ଏହା ସହ ତାପମାତ୍ରା ବଢ଼ିଲେ ହିଁ ଏଇ ଶୈବାଳର ବଂଶବୃଦ୍ଧି ହୁଏ। ସାମୁଦ୍ରିକ ଜୀବଙ୍କ ରକ୍ଷା ନିମନ୍ତେ କିଭଳି ପଦକ୍ଷେପ ନିଆଯିବ, ସେ ନେଇ ଗବେଷକ ଦଳ ଏକରକମ ଚିନ୍ତାରେ ଅଛନ୍ତି।

Leave A Reply