ଫେବ୍ରୁଆରୀ ୨୨ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

0

କଟକ: ଫେବ୍ରୁଆରୀ ୨୨ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ଜାହାନାରା ବେଗମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପରୀକ୍ଷାର ପ୍ରଥମ ଦିନ ୨୨ ତାରିଖରେ  ପ୍ରଥମ ଭାଷା ବା ମାତୃଭାଷା ଓଡିଆ ଏବଂ ୨୫ ତାରିଖରେ ଇଂରାଜୀ ପରୀକ୍ଷା ହେବ । ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ଅଲଗା ଅଲଗା ଦିନରେ ହେବ ବୋଲି ସୂଚନା ମିଳିଛି । ୨୭ ତାରିଖରେ ହିନ୍ଦୀ ଓ ଅନ୍ୟାନ୍ୟ ତୃତୀୟ ଭାଷା ଏବଂ ୨୮ ତାରିଖରେ ସଂସ୍କୃତ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୨ ତାରିଖରେ ଗଣିତ ହେବ , ମାର୍ଚ୍ଚ ୬ ତାରିଖରେ ସାଧାରଣ ବିଜ୍ଞାନ ଓ ପରୀକ୍ଷାର ଶେଷ ଦିନ ମାର୍ଚ୍ଚ ୮ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।

ପରୀକ୍ଷାର ସମୟ ସକାଳୁ ୯ଟାରୁ ୧୧:୩୦ଟା ପର୍ଯ୍ୟନ୍ତ ରହିଛି । ଏହା ସହ ଗଣିତ ପାରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ । ଅର୍ଥାତ୍ ଗଣିତ ପରୀକ୍ଷା ପାଇଁ ୯ଟାରୁ ୧୧:୪୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି।

Leave A Reply