ଦଶମ ମୂଲ୍ୟାୟନ ପାଇଁ ତାଲାବନ୍ଦରେ ଯାଇପାରିବେ ଶିକ୍ଷକ

ଭୁବନେଶ୍ୱର: ଦଶମ ଶ୍ରେଣୀ ମୂଲ୍ୟାୟନ ପ୍ରକ୍ରିୟା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ତେବେ ରାଜ୍ୟରେ ତାଲାବନ୍ଦ ଥିବାରୁ ଯେଭଳି ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଶିକ୍ଷକ ଅସୁବିଧା ଭୋଗ ନକରିବେ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରାୟ ୨୭ଶହରୁ ଊର୍ଦ୍ଧ ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ମୂଲ୍ୟାୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସାମିଲ ହେବେ। ତେବେ ସେମାନେ ଯେଭଳି ଯାତାୟାତରେ କୌଣସି ଅସୁବିଧା ଭୋଗ ନକରିବେ ସେଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।

ସେହିପରି ରାଜ୍ୟରେ ଯେଭଳି ମୂଲ୍ୟାୟନ ପ୍ରକ୍ରିୟା ଶୃଙ୍ଖଳିତ ଭାବେ ହେବ ସେନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ସହ ବୋର୍ଡ କର୍ତ୍ତୃପକ୍ଷଙ୍କ ବୈଠକ ଆଜି ଅନୁଷ୍ଠିତ ହେବ। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦାଧିକାରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.