ମେ’ ୩ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା, ଯୁକ୍ତ ୨ ବୋର୍ଡ ପରୀକ୍ଷା ମେ’ ୧୫ରୁ

ଦଶମ ଶ୍ରେଣୀ ପ୍ରାକ୍ଟିକାଲ୍‌ ପରୀକ୍ଷା ଏପ୍ରିଲ୍‌ ୨୭ରୁ, ଦ୍ବାଦଶ ତଥା ଯୁକ୍ତ ୨  ପ୍ରାକ୍ଟିକାଲ୍‌ ପରୀକ୍ଷା ଅପ୍ରିଲ୍‌ ୨୯ରୁ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଓଡ଼ିଶାରେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ଦଶମ ଶ୍ରେଣୀ ବା ମାଟ୍ରିକ୍‌ ପରୀକ୍ଷା ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ମେ’ ୩ରୁ ଆରମ୍ଭ ହେବ ଏବଂ ଏହା ମେ’ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପ୍ରାକ୍‌ଟିକାଲ୍‌ ପରୀକ୍ଷା ଅପ୍ରେଲ୍‌ ୪ରୁ ଆରମ୍ଭ ହେବ ଏବଂ ଏହା ମେ’ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୮ରୁ ଏପ୍ରେଲ୍‌ ୨୬ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ତଥା ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଥିଓରୀ ପରୀକ୍ଷା ମେ’ ୧୫ରୁ ଆରମ୍ଭ ହେବ ଏବଂ ଏହା ଜୁନ୍‌ ୧୧ ପର୍ଯ୍ୟନ୍ତ ଚାଲିବ। ତେବେ ଦ୍ବାଦଶ ତଥା ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଅପ୍ରିଲ୍‌ ୨୯ରୁ ଆରମ୍ଭ ହେବ ଏବଂ ଏହା ମେ’ ୧୪ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୮ରୁ ଏପ୍ରେଲ୍‌ ୨୮ ପର୍ଯ୍ୟନ୍ତ ଦ୍ବାଦଶ ତଥା ଯୁକ୍ତଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ପାଠପଢ଼ା ଓ ପରୀକ୍ଷା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.