ଦଶମ ସାରାଂଶ ମୂଲ୍ୟାୟନ ପରୀକ୍ଷା : ବଡ଼ମ୍ବାର ୯ଟି କେନ୍ଦ୍ରରେ ପରୀକ୍ଷାଦେଲେ ୧୬୮୫ଜଣ ଛାତ୍ରଛାତ୍ରୀ

ବଡ଼ମ୍ବା  : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ମାଟ୍ରିକ ପରୀକ୍ଷାର ପ୍ରଥମ ସମେଟିଭ ଆସେସମେଣ୍ଟ (ସାରାଂଶ ମୂଲ୍ୟାୟନ)ପରୀକ୍ଷା ବୁଧବାର ବଡ଼ମ୍ବା ବ୍ଲକର ୯ଟି କେନ୍ଦ୍ରରେ ଆରମ୍ଭ ହୋଇଛି । ବିଭାଗୀୟ କର୍ତ୍ତୁପକ୍ଷଙ୍କ ସୂଚନାନୁଯାଇ ପ୍ରଥମ ଦିନରେ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ସମୁଦାୟ ୧୬୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସ୍ଥାନୀୟ ତହସିଲଦାର ତପନ କୁମାର ପରିଡ଼ାଙ୍କ ସମେତ ବ୍ଲକ ଶିକ୍ଷାଧିକାରୀ ଅଜୟ କୁମାର ପୃଷ୍ଟି, ସହକାରୀ ଶିକ୍ଷାଧିକାରୀ ପ୍ରକାଶଚନ୍ଦ୍ର ମତ୍ତଗଜସିଂହ ପ୍ରମୁଖ ବିଭିନ୍ନ ପରୀକ୍ଷାକେନ୍ଦ୍ର ପରିଦର୍ଶନ କରିଥିଲେ। କପି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଢ ଗଠନ କରାଯାଇଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ବିଭିନ୍ନ କେନ୍ଦ୍ରରେ ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଥିବା ପ୍ରକାଶ । ବଡ଼ମ୍ବା ସଦରମହକୁମାସ୍ଥିତ ମୋହନସୁବୁଦ୍ଧି ହାଇସ୍କୁଲକୁ ନୋଡାଲ କେନ୍ଦ୍ର କରାଯାଇଛି । ଉକ୍ତ ନୋଡାଲ କେନ୍ଦ୍ରରୁ ବଡ଼ମ୍ବାର ୯ଟି କେନ୍ଦ୍ର ସମେତ ତିଗିରିଆ ବ୍ଲକ ନୂଆପାଟଣାର ଅର୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା କେନ୍ଦ୍ରକୁ ପରୀକ୍ଷା ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ଅନୁଷ୍ଠିତ ପରୀକ୍ଷାରେ ବ୍ଲକ ଅନ୍ତର୍ଗତ ଶଶାଙ୍ଗସ୍ଥିତ ଭଟ୍ଟାରିକା ନୋଡାଲ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରରେ ସର୍ବାଧିକ ୨୪୦ଜଣ ଏବଂ ଝାଜିଆ ଉଚ୍ଚ ବିଦ୍ୟାଳୟରେ ସର୍ବନିମ୍ନ ୮୬ଜଣ ପରୀକ୍ଷା ଦେଇଥିବା ପ୍ରକାଶ।

Comments are closed.