ଭାରତୀୟ ସେନାର ’ଆତଙ୍କବାଦ’ ସଫେଇ ଅଭିଯାନ; ୬ ମାସରେ ୧୦୮ ଏନକାଉଣ୍ଟର

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସଫେଇ ଅଭିଯାନ ଆରମ୍ଭ କରିଛି ସେନା ।  ଆତଙ୍କବାଦୀମାନଙ୍କୁ ଗୋଡ଼େଇ ଗୋଡ଼େଇ ଏନକାଉଣ୍ଟର କରାଯାଉଛି । କେବଳ ସେତିକି ନୁହେଁ, ସୀମା ଆରପଟେ ଲଞ୍ଚପ୍ୟାଡ଼ରେ ଆତଙ୍କବାଦୀଙ୍କ ଉପରେ ମଧ୍ୟ ସେନାବାହିନୀ ତୀକ୍ଷ୍ମ ନଜର ରଖିଛି । ଭାରତ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିବା ମାତ୍ରେ ସେମାନଙ୍କୁ ସଫା କରି ଦିଆଯିବ ବୋଲି ଚେନାବନୀ ମଧ୍ୟ ଦେଇଛି । ଏହି ସ୍ଥିତିରେ ଗତ ୬ ମାସ ମଧ୍ୟରେ ଜାମ୍ମୁକାଶ୍ମୀରରେ ୧୦୮ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି । ଏହି ତଥ୍ୟ ରଖିଛନ୍ତି ଜାମ୍ମୁକାଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହିଜବୁଲ ମୁଜାହିଦ୍ଦିନ ସଙ୍ଗଠନର ସଦସ୍ୟ ବୋଲି ଶ୍ରୀ ସିଂହ କହିଛନ୍ତି ।

ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ସେନା, ପୁଲିସ, ସୁରକ୍ଷା କର୍ମୀ କାଶ୍ମୀରକୁ ଆତଙ୍କବାଦମୁକ୍ତ କରିବାକୁ ପଣ କରିଛନ୍ତି । ପ୍ରତ୍ୟେକ ଦିନ ଆତଙ୍କବାଦୀ ବିରୋଧୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ଏବଂ ଆତଙ୍କବାଦ ଶେଷ କରିବା ଏକମାତ୍ର କାର୍ଯ୍ୟ ପାଲଟିଛି । ସୂଚନା ମିଳିବା କ୍ଷଣି ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଉଛି ଏବଂ ଏହାଦ୍ବାରା ଯେପରି ସାଧାରଣ ଜୀବନଯାତ୍ରା ବ୍ୟାହତ ହେବ ନାହିଁ ତାହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି ।

Comments are closed.