ପହଞ୍ଚିପାରିଲାନି ୧୦୮, ଖଟିଆରେ ବୁହାହେଲେ ମହିଳା

କେଶଦୁରାପାଳ : ଗ୍ରାମାଞ୍ଚଳର ରୋଗୀଙ୍କୁ ହସପିଟାଲକୁ ଆଣିବା ଲାଗି ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିବା ନେଇ ଭାଷଣବାଜି କରୁଥିଲେ ହେଁ ମାଝୀ ସାହିକୁ  ୧୦୮ ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ଗୁରୁତର ମହିଳା ଖଟିଆରେ ବୁହାହୋଇଥିବା ଜଣାପଡ଼ିଛି।  ଫଳରେ ଏହି ଘଟଣା ସାଧାରଣରେ ଆଲୋଡ଼ନର ବିଷୟ ହୋଇଛି।

ଆନନ୍ଦପୁର ପୋୖର ପରିଷଦ ଅନ୍ତର୍ଗତ ୧୫ ନଂ ୱାର୍ଡ଼ ମାଝୀ ସାହିରେ ରହୁଥିବା ଜରି ମହାନ୍ତଙ୍କ ପତ୍ନୀ ପ୍ରମିଳା ନିଜ ଘରେ କାମ କରୁଥିବା ବେଳେ ହଠାତ୍ ମୁଣ୍ଡ ବୁଲାଇବାରୁ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ଡାକ୍ତରଖାନା ଯିବାପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଲେ ୧୦୮ ଆମ୍ବୁଲାନ୍ସ ଆସିଥିଲା। ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ୧୦୮ ଆମ୍ବୁଲାନ୍ସ ପହଞ୍ଚିପାରି ନ ଥିଲା। ଫଳରେ ଗୁରୁତର ଅବସ୍ଥାରେ ପ୍ରମିଳାଙ୍କୁ ଏକ କିମି ପର୍ଯ୍ୟନ୍ତ ଖଟିଆରେ ବୁହା ହୋଇଥିବା ଦେଖିବାକୁ ପଡ଼ିଥିଲା। ଶେଷରେ ଗୁରୁତର ପ୍ରମିଳାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ ।

ଅନ୍ୟପକ୍ଷରେ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା କେବଳ ପ୍ରହସନ ପରି ମନେହୁଏ ।

Comments are closed.