ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ୭୪.୫ପ୍ରତିଶତ ନମ୍ବର ରଖି ଉତ୍ତିର୍ଣ୍ଣ ହେଲେ ୧୦୫ବର୍ଷୀୟା ବୃଦ୍ଧା

କେରଳ : କୁହାଯାଏ ପଢିବାର କୌଣସି ବୟସସୀମା ନଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେରଳର ଜଣେ ୧୦୫ବର୍ଷୀୟା ବୃଦ୍ଧା। କୋଲ୍ଲମ ପରାକୁଲମର ୧୦୫ ବର୍ଷୀୟା ବୃଦ୍ଧା ଭାଗିରଥି ଅମ୍ମା ୨୦୧୯ମସିହା ନଭେମ୍ବର ମାସରେ ତତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପରେ ସେ ୭୪.୫ପ୍ରତିଶତ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଥିବା ଜଣାପଡିଛି। ତେବେ ଭାଗିରଥି ଅମ୍ମା କେରଳ ରାଜ୍ୟ ସାକ୍ଷରତା ମିଶନର ସବୁଠାରୁ ପୁରୁଣା ବିଦ୍ୟାର୍ଥୀ ହୋଇଯାଇଛନ୍ତି।
ଭାଗିରଥି ଅମ୍ମାଙ୍କ ଏଭଳି ପଢାମନୋବୃତ୍ତିକୁ ସବୁଆଡ଼େ ଭୁରିଭୁରି ପ୍ରଶଂସା କରାଯାଉଛି। ସେ ୮ବର୍ଷର ହୋଇଥିବା ବେଳେ ତାଙ୍କ ମାଆ ଚାଲିଯାଇଥିଲେ। ଯାହା ଫଳରେ ପରିବାରର ସମସ୍ଥ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିଲା। ତେବେ ତାଙ୍କୁ ପାଠ ପଢିବାରେ ଅସୁବିଧା ହୋଇଥିଲା। ତେଣୁ ସେ ତୃତୀୟ ଶ୍ରେଣୀ ପରେ ପାଠ ପଢା ଛାଡି ଦେଇଥିଲେ। ମାତ୍ର ୧୦୫ବର୍ଷ ବୟସରେ ସେ ପୁଣିଥରେ ପାଠ ପଢିବା ଘଟଣା ପଢିବାର କୌଣସି ବୟସସୀମା ନଥାଏ ବୋଲି ସ୍ପଷ୍ଟ ଭାବେ ପ୍ରମାଣ କରୁଛି। ପଢିବାର ଇଛା ଶକ୍ତି ଥିଲେ ମଣିଷ ମୃତ୍ୟୁ ପର୍ୟ୍ୟନ୍ତ ପାଠ ପଢି ପାରିବ ବୋଲି ଭାଗିରଥି ଅମ୍ମା ପ୍ରମାଣ କରିଛନ୍ତି।

Comments are closed.