ଭିଡ଼ିଓ: ଜ୍ବାଇଁ କୁଣିଆ; ପରଷା ଗଲା ୧୦୫ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ଵର: ସାଧାରଣତଃ ଜ୍ଵାଇଁ ଶ୍ଵଶୁର ଘରକୁ ଗଲେ ଭଲ ଚର୍ଚ୍ଚା କରାଯାଇଥାଏ। ସୁସ୍ବାଦୁ ବ୍ୟଞ୍ଜନ ପରସାଯାଏ। କିନ୍ତୁ ଜଣେ ଡାକ୍ତର ଜ୍ଵାଇଁଙ୍କୁ ଶ୍ଵଶୁର ଘରେ ମିଳିଛି ରାଜକୀୟ ସମ୍ମାନ। ଜ୍ଵାଇଁଙ୍କ ପାଇଁ ପରସାଯାଇଛି ୧୦୫ ପ୍ରକାର ବ୍ୟଞ୍ଜନ। ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛନ୍ତି କଟକର ଜଣେ ଡାକ୍ତର ଶୁଭ୍ରଜିତ ସାହୁ।
ନିକଟରେ ଶୁଭ୍ରଜିତ ନିମାପଡ଼ା ସ୍ଥିତ ତାଙ୍କ ଶ୍ଵଶୁର ଘରୁ ଡାକରା ପାଇ ବୁଲିବାକୁ ଯାଇଥିଲେ। ବୁଲାବୁଲି ସରିବା ପରେ ତାଙ୍କୁ ଭୋଜନ ପାଇଁ ଡାକିଥିଲେ ଶ୍ଵଶୁର ଘର ଲୋକେ। ତେବେ ଶୁଭ୍ରଜିତ ଖାଇବା ପାଇଁ ବସିବା ବେଳକୁ ତାଙ୍କୁ ପରସା ଯାଇଥିଲା ୧୦୫ ପ୍ରକାର ବ୍ୟଞ୍ଜନ, ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିଲେ ଡାକ୍ତର ଜ୍ଵାଇଁ।
ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ପସନ୍ଦ କରିଥିବାବେଳେ ଅନେକେ ନାପସନ୍ଦ ମଧ୍ୟ କରିଛନ୍ତି।