୧୦୪୪ କେଜି ଗଞ୍ଜେଈ ଜବତ, ୪ ଜଣଙ୍କୁ କୋର୍ଟ ଚାଲାଣ

କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ଅନ୍ୟ ଜିଲ୍ଲାକୁ ଚୋରା ଚାଲାଣ ହେବାକୁ ଥିବା ୧୦୪୪ କେଜି ଗଞ୍ଜେଈ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ପାଟ୍ରୋଲିଂ ସମୟରେ ବାରିକିଆ ଗ୍ରାମ ନିକଟରେ ବେଆଇନ ଭାବେ ଗଞ୍ଜେଈ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇବା ପରେ ଡିଏସପି ସ୍ୱରାଜ ଦେବତାଙ୍କ ନେତୃତ୍ୱରେ ବାଲିଗୁଡା ପୁଲିସ କର୍ମଚାରୀମାନେ ଚଢ଼ାଉ କରିଥିଲେ।

ଏହି ଘଟଣାରେ ପୁଲିସ ୧ ଟନ୍ ୪୪ କିଲୋଗ୍ରାମ ଗଞ୍ଜେଈ ଜବତ କରିବା ସହ କେସ୍ ନଂ ୧୨୭/୨୧ରେ ମାମଲା ପଞ୍ଜିକୃତ କରି ପୁଲିସ ଇନ୍ସପେକ୍ଟର ବାବା ଶଙ୍କର ସରାଫ ମାମଲାର ତଦନ୍ତ କରିଥିଲେ। ଏଥିରେ ବାରିକିଆର ଗାଁର ଅନ୍ତେସ୍ୱର ମଲ୍ଲିକ, ନରେଶ ଦିଗଲ, ଅରୁଣ ଦିଗଲ ଏବଂ ଦିନବନ୍ଧୁ ମଲ୍ଲିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Comments are closed.