ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି : ଆଜି ଗୋଟିଏ ଦିନରେ ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ସୁସ୍ଥ ହେଲେ ୧୦୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି। ଆଜି ଗୋଟିଏ ଦିନରେ ରାଜ୍ୟରୁ ସୁସ୍ଥ ହୋଇଥିବା ୨୫୧୯ ଜଣଙ୍କ ମଧ୍ୟରୁ ୧୦୪ ଜଣ କରୋନା ଆକ୍ରାନ୍ତ ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ପ୍ଲାଜମା ଥେରାପି ଚିକିତ୍ସା  ବରଦାନ ସାବ୍ୟସ୍ଥ ହୋଇଛି। କାରଣ କରୋନାରେ ଗୁରୁତର ରୋଗୀ ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ସୁସ୍ଥ ହେଉଛନ୍ତି।


ଆଜି ଗୋଟିଏ ଦିନରେ ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ୧୦୪ କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଏକ ବଡ ସଫଳତା ମିଳିଛି। ଏହି ସଫଳତା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନଙ୍କୁ ଏବଂ ପ୍ଲାଜମା ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମଙ୍କୁ ଧନ୍ୟବାଦ ଦିଆଯାଇଛି। ସୂଚନାଯୋଗ୍ୟ ଏଯାବତ୍ ରାଜ୍ୟର ୬ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି ।

Comments are closed.