ରାଜ୍ୟରେ ଦିନକରେ ୧୦୩୨୧ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୦୩୨୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୫୭୭୯ ଓ ସ୍ଥାନୀୟ ସଂକ୍ରମିତ ୪୫୪୨ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୬ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସପାଉଥିବାବେଳେ ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ ଜିଲାରୁ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ସ୍ଥିତ ରହୁଥିବା ଲକ୍ଷ୍ୟ କରାଯାଇଛି। ପୂର୍ବଦିନ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବାବେଳେ ଗତକାଲି ପୁନଶ୍ଚ ଏଥିରେ ମାତ୍ରାଧିକ ବୃଦ୍ଧି ଘଟିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୭୧, ବାଲେଶ୍ୱର ୨୬୯, ବରଗଡ ୩୨୦, ଭଦ୍ରକ ୩୫୦, ବଲାଙ୍ଗୀର ୨୯୧, ବଉଦ ୨୫୦, କଟକ ୭୩୧, ଦେବଗଡ ୧୧୪, ଢେଙ୍କାନାଳରୁ ୭୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଗଜପତିରୁ ୫୬, ଗଞ୍ଜାମ ୨୦୩, ଜଗତସିଂହପୁର ୧୫୯, ଯାଜପୁର ୩୩୦, ଝାରସୁଗୁଡା ୩୧୨, କଳାହାଣ୍ଡି ୫୯୯, କନ୍ଧମାଳ ୫୪, କେନ୍ଦ୍ରାପଡା ୧୬୨, କେନ୍ଦୁଝର ୨୦୪, କୋରାପୁଟରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି।
ଏଥିସହିତ ମାଲକାନଗିରିରୁ ୭୭, ମୟୁରଭଞ୍ଜ ୪୫୮, ନବରଙ୍ଗପୁର ୩୩୪, ନୟାଗଡ ୨୭୩, ନୂଆପଡା ୧୪୫, ପୁରୀ ୪୭୨, ରାୟଗଡା ୧୬୩, ସମ୍ବଲପୁର ୪୦୫, ସୁନ୍ଦରଗଡ ୮୧୯ ଏବଂ ଷ୍ଟେଟପୁଲରୁ ୨୪୬ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏହି ସମୟ ମଧ୍ୟରେ ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ମୋଟ ୧୦୯୯୭୮୭୬ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୬୩୩୩୦୨ ଜଣ କରୋନା ସଂକ୍ରମିତ ରହିଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୫୨୬୩୫୩ ଜଣ ଆରୋଗ୍ୟଲାଭ କରିଛନ୍ତି ଏବଂ ରାଜ୍ୟରେ ଗତକାଲି ସୁଦ୍ଧା ୧୦୪୫୩୯ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟରୁ ଜଣାଯାଇଛି।

Comments are closed.