ରେଙ୍ଗାଲି ପୁଲିସ ଜବତ କଲା ୧୦୩ କିଗ୍ରା ଗଞ୍ଜେଇ

ସମ୍ବଲପୁର/କୋରାପୁଟ: ରେଙ୍ଗାଲି ପୁଲିସ କୋରାପୁଟରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୧୦୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏକ ଯାଇଲୋ ଗାଡ଼ିରେ (ଓଆର ୦୫ ଏଏନ ୨୨୨୨) କୋରାପୁଟ ପଟୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ରେଙ୍ଗାଲି ଥାନାଧିକାରୀ ସଦଳବଳେ ଚଢ଼ଉ କରି ୧୦୩ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଭିତରସୁଵାଈ ଅଞ୍ଚଳର ଗଙ୍ଗାଧର ପାଣ୍ଡକାଙ୍କୁ ଗିରଫ କରିଛି। ଦୁଇଟି ଜରି ଅଖାରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା।
Related Posts
ସଦର ଏସଡିପିଓ ସୁରୁ ବାବୁ ଛତ୍ରିଆଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ଗାଡି ସହ ୨୬୦୦ ଟଙ୍କା ଓ ଗୋଟିଏ ମୋବାଇଲ ମଧ୍ୟ ଜବତ କରାଯାଇଛି।
Comments are closed.