ଫିରିଙ୍ଗିଆ ପୁଲିସ ଜବତ କଲା ୧୦୨ କିଗ୍ରା ଗଞ୍ଜେଇ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ଶୁକ୍ରବାର ୧୦୨ କିଗ୍ରା ଗଞ୍ଜେଇ ଜବତ କରିଛି। ଏକ କାରରେ କନ୍ଧମାଳର ଆଭ୍ୟନ୍ତରୀଣ ଅଞ୍ଚଳରୁ ଏହାକୁ କଟକ ଜିଲ୍ଲାର ଆଠଗଡ଼କୁ ନିଆଯାଉଥିବା ବେଳେ ମାଝିପଡା ଘାଟିରେ ପୁଲିସ ଗାଡିକୁ ଜବତ କରିଥିଲା। କଟକ ଜିଲ୍ଲା ତିଗିରିଆ ଥାନା ମାନେଶ୍ବରପଡାର ପ୍ରତାପ ନାୟକ(୩୦) ଏକ ସ୍ବଇପ୍ଟ  ଡିଜାୟର କାରରେ ଏହି ଗଞ୍ଜେଇ ନେଇ ଯାଉଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Comments
Loading...