୧୦୦ ବର୍ଷ ତଳର କେକ୍‍ ; ଆଜି ମଧ୍ୟ ରହିଛି ସତେଜ

କେକ୍‍ ର ନାଁ ଶୁଣିବା ମାତ୍ରେ ସଭିଁଙ୍କ ପାଟିରେ ପାଣି ଆସିଯାଏ। କାରଣ ଏହାର ସ୍ୱାଦ ଏଭଳି ଯେ ସଭିଏଁ ନଖାଇ ରହିପାରନ୍ତି ନାହିଁ। ମାତ୍ର ଆପଣ ଏଭଳି ଏକ କେକ୍‍ ବିଷୟରେ ଜାଣନ୍ତି କି ଯାହା ୧୦୦ ବର୍ଷ ତଳର ପୁରୁଣା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ ? ମାତ୍ର ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏହି କେକ୍‍ ୧୦୦ ବର୍ଷର ପୁରୁଣା ହେଲେ ମଧ୍ୟ  ଆଜି ମଧ୍ୟ ସେଭଳି ସତେଜ ହୋଇ ରହିଛି। ଜାଣନ୍ତୁ ଏହି କେକ୍‍ ର ରହସ୍ୟ ବିଷୟରେ ….
ଏହି କିଛି ଦିନ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି କେକ୍‍ ୧୦୦ ବର୍ଷ ପୁରୁଣା। ଏହା ଆଣ୍ଟାର୍କଟିକାରେ ମିଳିଛି।କୁହାଯାଉଛି ଏହାକୁ ବ୍ରିଟିଶ ଏକ୍ସପ୍ଲୋରର୍‍ ରବର୍ଟ ଫାଲକନ୍‍ ସ୍କଟ୍‍ ୧୯୧୦-୧୯୧୩ ମଧ୍ୟରେ ବ୍ରିଟେନରୁ ଆଣ୍ଟାର୍କଟିକା ଆଣିଥିଲେ। ଏହାପରେ ଏହି କେକ୍‍ ଏଠାରେ ରହିଛି। ଏବେ ଏହା ପୂର୍ବ ଆଣ୍ଟାର୍କଟିକାର ନିକଟ ଏକ ସ୍ଥାନରେ ମିଳିଛି।
ଏହି କେକ୍‍ ଆଜି ମଧ୍ୟ ସତେଜ ରହିବାର କାରଣ ଏଠାକାର ଜଳବାୟୁ। ଯାହା ବେଶ ଥଣ୍ଡା ଓ ଶୁଷ୍କ। ସେହି ସମୟରେ ମଧ୍ୟ ଏହି କେକ୍‍ ର ବେଶ ଚାହିଦା ରହିଥିଲା।

 

Comments are closed.