୧୦୦ ଟଙ୍କିଆ ନୋଟ୍‍ ମରୁଡ଼ି ଆଶଙ୍କା

0

ପୁନେ: ବିମୁଦ୍ରାକରଣର ଭୟ ଲୋକଙ୍କ ମନରୁ ହଟି ନାହିଁ। ତେଣୁ ଲୋକେ ୧୦୦ ଟଙ୍କିଆ ନୋଟ୍‍କୁ ନିଜ ପାଖରେ ସାଇତି ରଖିଛନ୍ତି। ଏଥିଯୋଗୁଁ ଆଗାମୀ ଦିନରେ ପୁଣି ନଗଦ ମରୁଡ଼ି ଦେଖାଦେଇପାରେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଆଶଙ୍କା କରିଛନ୍ତି। ଆରବିଆଇ ପକ୍ଷରୁ ୧୦୦ ଟଙ୍କିଆ ନୋଟ୍‍ ମୁଦ୍ରଣ ଓ ଯୋଗାଣ ଚାହିଦା ତୁଳନାରେ କମ୍‍ ଥିବା ବେଳେ ଲୋକମାନେ ନିଜ ପାଖରେ ଟଙ୍କା ସାଇତି ରଖିବାରୁ ନୋଟ୍‍ ସଙ୍କଟ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ୫୦୦ ଟଙ୍କିଆ ନୋଟ୍‍ ଉପରେ ଅଧିକ ଚାପ ସୃଷ୍ଟି ହେଉଛି। ତେଣୁ ଆରବିଆଇ ଅଧିକ ପରିମାଣର ୧୦୦ ଟଙ୍କିଆ ନୋଟ୍‍ ଛାପିବା ଉଚିତ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷମାନେ କହିଛନ୍ତି। ବିମୁଦ୍ରାକରଣ ପୂର୍ବରୁ ୨୦୧୬-୧୭ରେ ଆରବିଆଇ ୫,୫୦୦ ନିୟୁତ ୧୦୦ ଟଙ୍କିଆ ନୋଟ୍‍ ମୁଦ୍ରଣ କରିଥିବା ବେଳେ ବିମୁଦ୍ରାକରଣ ପରେ ୫,୭୩୮ ନିୟୁତ ନୋଟ୍‍ ମୁଦ୍ରଣ କରିଥିଲା। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଏତିକି ଯଥେଷ୍ଟ ନୁହେଁ ବୋଲି ବ୍ୟାଙ୍କମାନେ କହିଛନ୍ତି।

Leave A Reply